ଆଳୁ ଦର ଚଢ଼ା, ଚିନ୍ତାରେ ଖାଉଟୀ
ବାଲେଶ୍ୱର : ଆଳୁ ଦର ବୃଦ୍ଧି ଯୋଗୁ ଚିନ୍ତାରେ ପଡ଼ିଛନ୍ତି ଖାଉଟୀ । ସପ୍ତାହ ତଳେ ଯେଉଁ ଆଳୁ ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୩୦ ଛୁଇଁଲାଣି । ଫଳରେ ସାଧାରଣ ଗ୍ରାହକ ତଥା ଖାଉଟୀଙ୍କୁ ଏବେ ବାଧୁଛି ଆଳୁ ଦର । କାହିଁକି ଆଳୁ ଦର ଏବେ ଉପର ମୁହାଁ । ଆମଦାନୀରେ ସମସ୍ୟା ନା ଅସାଧୁ ବେପାରୀଙ୍କ ଏହା ·ଲ୍ ଏପରି ପ୍ରଶ୍ନ ମନରେ ଉଙ୍କି ମାରୁଛି ।
ଓଡ଼ିଶାର ଖାଉଟୀ ବଜାରକୁ ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼େ । ହେଲେ ବିଭିନ୍ନ କାରଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଶ୍ଚିମବଙ୍ଗରୁ ବାଲେଶ୍ୱରରୁ ଦେଇ ଓଡ଼ିଶା ଭିତରକୁ ଆସିପାରୁନି ଆଳୁ । ସେହିପରି ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଆଦି ଅଞ୍ଚଳରେ ଉତ୍ପାଦିତ ଆଳୁ ବି ବଜାରରୁ ସରିଗଲାଣି । ଫଳରେ ଯେଉଁ ·ଷୀ ୧୨ରୁ ୧୫ଟଙ୍କାରେ ଆଳୁ ବିକ୍ରି କରିଥିଲା ସେହି ·ଷୀ ଏବେ ୩୦ ଟଙ୍କାରେ ଆଳୁ କିଣୁଛି ।
ରାଜ୍ୟରେ ଦୈନିକ ଆବଶ୍ୟକ ପଡୁଛି ୧୨ ହଜାର ୫ ଶହ ଟନ୍ ଆଳୁ । ତାମଧ୍ୟରେ ବାଲେଶ୍ୱର ପାଇଁ ଦରକାର ହୁଏ ୫ ଶହ ଟନ୍ । ରାଜ୍ୟରେ ନା ଆବଶ୍ୟକ ପରିମାଣର ଆଳୁ ଉତ୍ପାଦନ ହେଉଛି ନା ଉତ୍ପାଦିତ ଆଳୁକୁ ସଂରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ରହିଛି । ଶୀତଳ ଭଣ୍ଡାର ପାଇଁ ୨୦୧୭ରୁ ଜମି ଚିହ୍ନଟ ସରିଗଲାଣି କିନ୍ତୁ ୭ ବର୍ଷ ହୋଇଗଲା ତାହା ଅଧପନ୍ତରିଆ ହୋଇ ରହିଛି । ଫଳରେ ଆଳୁ ପାଇଁ ଯେଉଁ ପଡ଼ୋଶୀ ରାଜ୍ୟ ଉପରେ ଆମେ ର୍ନିଭରଶୀଳ ସେହି ରାଜ୍ୟଗୁଡ଼ିକ ଏବେ ନିଜ ନିଜର ବ୍ୟାବସାୟିକ ଫାଇଦା ଉଦେ୍ଦଶ୍ୟରେ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ଆଳୁକୁ ସେମାନେ ଉଚ୍ଚା ଦରରେ ବିକ୍ରି କରୁଛନ୍ତି । ଯାହାର ପରିଣାମ ଭୋଗୁଛନ୍ତି ଓଡ଼ିଶା ଖାଉଟୀ । ୨୦୧୨ ଠିକ୍ ଏହି ଏପ୍ରିଲ ମାସରେ ପଶ୍ଚିମବଙ୍ଗର ଆଳୁକୁ ନେଇ ଦେଖାଦେଇଥିଲା ଉକ୍ରଟ ସ୍ଥିତି । ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରିଲେନି ରାଜ୍ୟ ସରକାର । ତେଣୁ ଏବେଠୁ ଯଦି ଦରବୃଦ୍ଧିକୁ ନିୟନ୍ତ୍ରଣ ସହ ପର୍ଯ୍ୟାପ୍ତ ପରିମାଣରେ ଆଳୁ ପରିବହନ କ୍ଷେତ୍ରରେ ସରକାର ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟରେ ଆଳୁ ପାଇଁ ଚିନ୍ତାଜନକ ପରିସ୍ଥିତି ଉପୁଜିପାରେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।